ଭୁବନେଶ୍ୱର, ଭଦ୍ରକ ସହିତ କଟକ ହେବ ସଟଡାଉନ

ଭୁବନେଶ୍ୱର, ଭଦ୍ରକ ସହିତ କଟକ ହେବ ସଟଡାଉନ

ଭୁବନେଶ୍ୱର, ଭଦ୍ରକ ସହିତ କଟକ ହେବ ସଟଡାଉନ
ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ କଟକରୁ ଚିହ୍ନଟ ହେବାପରେ ଭୁବନେଶ୍ୱର, ଭଦ୍ରକ ସହର ସହ କଟକକୁ ମଧ୍ୟ ସଂପୂର୍ଣ୍ଣ ରୂପେ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ଖୋଲିବ ନାହିଁ କୌଣସି ବି ଦୋକାନ ବଜାର । ଏଥିସହିତ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟସରକାର । ଭୁବନେଶ୍ୱର ଓ ଭଦ୍ରକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଂଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ ବୋଲି କହିଛନ୍ତି ସରକାର । ଅର୍ଥାତ୍ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ଯାଏଁ ଲାଗି ରହିବ କର୍ଫ୍ୟୁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୪୮ ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯିବ । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଦୋକାନ ଖୋଲା ରହିବ । ଏହାସହ ଏହି ସମୟରେ ଲକଡାଉନରେ ମିଳିଥିବା କୌଣସି ପାସ୍ କାମ କରିବ ନାହିଁ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି।