ସଟଡାଉନ ନିୟମ ଭାଙ୍ଗି ୪୫ ଜଣ କ୍ୱାରେଂଟାଇନରେ

ସଟଡାଉନ ନିୟମ ଭାଙ୍ଗି ୪୫ ଜଣ କ୍ୱାରେଂଟାଇନରେ

ସଟଡାଉନ ନିୟମ ଭାଙ୍ଗି ୪୫ ଜଣ କ୍ୱାରେଂଟାଇନରେ
ଭୁବନେଶ୍ୱର : ସଟଡାଉନ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଟଡାଉନ ଏକରକମ କର୍ଫୁ୍ୟ ହୋଇଥିବାବେଳେ ପଦାକୁ ନଆସିବା ପାଇଁ ପୁଲିସ ତାଗିଦ ବି କରିଥିଲା । କିନ୍ତୁ ଅମାନିଆମାନେ ପୁଲିସର ତାଗିଦକୁ ଫୁ କରିଦେଇଛନ୍ତି । ଏଭଳି ଅମାନିଆଙ୍କ ବିରୋଧରେ ପୁଲିସ କିନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭୁବନେଶ୍ୱର କମିଶନରେଟ ପୁଲିସ ଅମାନିଆଙ୍କୁ ଧରି ୧୪ ଦିନ ପାଇଁ କ୍ୱାରେଂଟାଇନକୁ ପଠାଇ ଦେଇଛି । ଇତିମଧ୍ୟରେ ୪୫ ଜଣଙ୍କୁ କ୍ୱାରେଂଟାଇନ ହୋମକୁ ପଠାଇ ଦିଆଯାଇଥିବାବେଳେ ୬୪ ଜଣଙ୍କୁ ଅଟକ ରଖିଥିବା ଜାଣିବାକୁ ମିଳିଛି । ପୁଲିସର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସଟଡାଉନ ବେଳେ ଆଉ ଅମାନିଆ ପଦାକୁ ଆସିବେ ନାହିଁ ବୋଲି ଆଶା କରାଯାଉଛି ।