ନିଜାମୁଦ୍ଧିନ ସଭାକୁ ଯାଇଥିବା ଓଡ଼ିଆଙ୍କୁ ନବୀନଙ୍କ ଅପିଲ

ନିଜାମୁଦ୍ଧିନ ସଭାକୁ ଯାଇଥିବା ଓଡ଼ିଆଙ୍କୁ ନବୀନଙ୍କ ଅପିଲ

ଭୁବନେଶ୍ୱର : ନିଜାମୁଦ୍ଧିନ ସଭା ଏବେ ସାରା ଭାରତକୁ ଚିନ୍ତାରେ ପକାଇ ଦେଇଛି । ଏହି ସଭାରେ ଯୋଗଦେଇଥିବା ଅଧିକାଂଶ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଜରିଆରେ ଏବେ ଦେଶରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଓଡ଼ିଶାରେ ବି ନିଜାମୁଦ୍ଧିନ ସଭାରେ ଯୋଗଦେଇଥିବା ୩ ଜଣଙ୍କ ଦେହରେ କରୋନା ଭୂତାଣୁ ଠାବ କରାଯାଇଛି । ଏହା ଜରିଆରେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତିଯେ, ଦିଲ୍ଲୀ ନିଜାମୁଦ୍ଧିନ ସଭାରେ ଓଡ଼ିଶାରୁ ଯୋଗ ଦେଇଥିବା ସବୁ ବନ୍ଧୁମାନେ ଟୋଲ ଫି୍ର ନମ୍ବର ୧୦୪ରେ ତୁରନ୍ତ ଯୋଗାଯୋଗ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ମାନନ୍ତୁ । ୨୪ ଘଂଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ । ମୁଁ ଓ ମୋ ସରକାର ଆପଣଙ୍କ ସହ ଅଛି । ମା’ମାନଙ୍କୁ ଅନୁରୋଧ ନିଜ ପରିବାର ଓ ପିଲାଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ । ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବଡ଼ ଉପକାର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।