କରୋନାକୁ ସାମ୍ପ୍ରଦାୟିକ ରୂପ ନଦେବାକୁ ତାଗିଦ

କରୋନାକୁ ସାମ୍ପ୍ରଦାୟିକ ରୂପ ନଦେବାକୁ ତାଗିଦ

କରୋନାକୁ ସାମ୍ପ୍ରଦାୟିକ ରୂପ ନଦେବାକୁ ତାଗିଦ
ଭୁବନେଶ୍ୱର : ତାବିଲିଘି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ତିନି ଧରି ଯେଉଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସେଠାକୁ ଯାଇଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ଅନ୍ୟ କେତେକ ଫୋରମରେ ସାମ୍ପ୍ରଦାୟିକତା ଚର୍ଚ୍ଚାକୁ ବୃଦ୍ଧି କରିଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ କାର୍ଯ୍ୟକର୍ତାଙ୍କୁ ତାଗିଦ କରିଛନ୍ତି । ଦଳୀୟ ନେତା ଓ କାର୍ଯ୍ୟକର୍ତାମାନେ ଏହାକୁ ସାମ୍ପ୍ରଦାୟିକ ରଙ୍ଗ ନଦେବା ପାଇଁ ସେ ସଚେତନ କରାଇ ଦେଇଛନ୍ତି । ଏଯାବତ ନିଜାମୁଦ୍ଧିନରେ ଆୟୋଜିତ ତାବଲିଘି ଜମାତ ସଭାରେ ଯୋଗ ଦେଇଥିବା ୪୦୦ ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣ ମୃତୁ୍ୟବରଣ ବି କରିସାରିଲେଣି । ଦଳୀୟ କାର୍ଯ୍ୟକର୍ତା ଓ ନେତାମାନେ ଏନେଇ କୌଣସି ସାମ୍ପ୍ରଦାୟିକ ମନ୍ତବ୍ୟ ନଦେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ନେଉଥିବା ପଦକ୍ଷେପକୁ ସମର୍ଥନ କରନ୍ତୁ ବୋଲି ନଡ୍ଡା କହିଛନ୍ତି ।