ଭୁବନେଶ୍ୱର ଓ ଭଦ୍ରକରେ ୪୮ ଘଂଟା କର୍ଫୁ୍ୟ

ଭୁବନେଶ୍ୱର ଓ ଭଦ୍ରକରେ ୪୮ ଘଂଟା କର୍ଫୁ୍ୟ

କରୋନା ଭାଇରସ୍ ଦ୍ୱାରା ବ୍ୟାପୁଥିବା ଗୋଷ୍ଠୀ ସଂକ୍ରମଣ ବା ଥାର୍ଡ ଷ୍ଟେଜ ଟ୍ରାନ୍ସମିଶନ ରୋକିବା ପାଇଁ ଭୁବନେଶ୍ୱର ଓ ଭଦ୍ରକକୁ ୪୮ ଘଂଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ ଟା ଠାରୁ ରବିବାର ରାତି ୮ ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟରେ ଗ୍ରସରୀ, ପନିପରିବା,ମାଛ, ମାଂସ ଓ ଅଣ୍ଡା ଦୋକନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଔଷଧ ଦୋକାନ ଖୋଲା ରହିଲେ ମଧ୍ୟ ସଂଖ୍ୟା କମାଇ ଦିଆଯିବ । ସରକାରଙ୍କ ନିଦେ୍ର୍ଧଶ ଅମାନ୍ୟ କରି ଏହିସମୟରେ ବାହାରେ ବୁଲାବୁଲି କରୁଥିବା ବ୍ୟକ୍ତିଙ୍କୁ ପୋଲିସ ସିଧା ସଳଖ ଉଠାଇ ନେଇ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଟାଂଇନ୍ରେ ରଖିବା ଓ ଆବଶ୍ୟକସ୍ଥଳେ ଜରିମାନା ଆଦାୟ ସହିତ ମାମଲା ରୁଜୁ କରିବା ସହ ଗିରଫ ମଧ୍ୟ କରାଯିବାର ପାଇଁ ନିଦେ୍ର୍ଧଶ ମଳିଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ୫ମ ସଂକ୍ରମିତ ବ୍ୟକ୍ତିଙ୍କର କୌଣସି ବିଦେଶ ଗସ୍ତ ବା ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ସହ ସମ୍ପୃକ୍ତି ରେକର୍ଡ ନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏଭଳି କ୍ଷେତ୍ରରେ ଉକ୍ତ ବ୍ୟକ୍ତି କିଭଳି କରୋନା ଭୂତାଣୁ ସଂକ୍ରମଣର ଶୀକାର ହେଲେ ତାହା ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ଯଦି ଦିଆଯାଇଥିôବା ସୂଚନାକୁ ବିଶ୍ୱାସ କରାଯାଏ ତେବେ ୫ମ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ୍ ରାଜ୍ୟରେ ଗୋଷ୍ଠୀ ସ୍ତର ବା ଥାର୍ଡ ଷ୍ଟେଜ୍ ଟ୍ରାନ୍ସିମଶନ ହେବାର ଆଶଙ୍କାକୁ ଦୃଢ଼ କରୁଛି । ତେଣୁ ଲୋକମାନଙ୍କୁ ଏଭଳି ଏକ ଜଟିଳ ପରିସ୍ଥିତିରୁ ରକ୍ଷା କରିବା ପାଇଁ ୪୮ ଘଂଟା ପର୍ଯ୍ୟନ୍ତ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଫଳରେ ସର୍ବସାଧାରଣ ସ୍ଥାନରେ କୌଣସି ବସ୍ତୁ ବା ଜିନିଷରେ ଥିବା କରୋନା ଭାଇରସ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯିବ । ଏହି ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।