୨୪ ଘଣ୍ଟାରେ ୫୩ ହଜାର ନୂତନ ଆକ୍ରାନ୍ତ, ୮୭୧ ମୃତ

୨୪ ଘଣ୍ଟାରେ ୫୩ ହଜାର ନୂତନ ଆକ୍ରାନ୍ତ, ୮୭୧ ମୃତ

୨୪ ଘଣ୍ଟାରେ ୫୩ ହଜାର ନୂତନ ଆକ୍ରାନ୍ତ, ୮୭୧ ମୃତ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ମିଳିଥିବା ସଗୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ନଳ୍ପଚ୍ଛନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୧ ଜଣ ପ୍ରାଣ ହରାଇଛନ୍ତି । ସୋମବାର ୫୩୬୦୧ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୬ରେ ପହଞ୍ଚିଛି । ସେହିପରି ୮୭୧ ଜଣ ଙ୍କ ପ୍ରାଣହାନି ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୪୫ ୨୫୭ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୪୭୭୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟ ୧୫ ଲକ୍ଷ ୮୩ ହଜାର ୪୮୯ରେ ପହଞ୍ଚିଛି । ମହାରାଷ୍ଟ୍ରରେ କରୋନା ପରସ୍ଥିତି ସବୁଠୁ ଅଧିକ ଭୟଙ୍କର ରହିଛି । କରୋନାରେ ୩ ଲକ୍ଷ ୫୮ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮୦୫୦ ଜଣଙ୍କ ମୃତ୍ୟୁ ଘଟିଛି ।