ଚିକାଗୋ ସଡକରେ ପୋଲିସ୍ ଉପରକୁ ଗୁଳିମାଡ : ୧୦୦ରୁ ଅଧିକ ଗିରଫ

ଚିକାଗୋ ସଡକରେ ପୋଲିସ୍ ଉପରକୁ ଗୁଳିମାଡ : ୧୦୦ରୁ ଅଧିକ ଗିରଫ

ଚିକାଗୋ ସଡକରେ ପୋଲିସ୍ ଉପରକୁ ଗୁଳିମାଡ : ୧୦୦ରୁ ଅଧିକ ଗିରଫ
ଚିକାଗୋ : ଆମେରିକାର ଚିକାଗୋ ସହରରେ ଏକ ପ୍ରତ ିବାଦ ସମୟରେ ପୋଲିସ୍ ଉପରକୁ ଗୁଳିମାଡ କରାଯିବା ପରେ ପୁଲିସ୍ ଅନ୍ୟୁନ ୧୦୦ ଜଣଙ୍କୁୁ ଗିିରଫ କରିଛି । ଏକ ପ୍ରତିବାଦ ଚାଲିଥିବା ସମୟରେ ସେଠାରେ ମହଜୁଦ ପୋଲିସ୍ ଉପରକୁ ପ୍ରତିବାଦକାରୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପ୍ରତିବଦଳରେ ପୋଲିସ୍ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା । ଏହା ସହିତ ଏହାର ସୁଯୋଗ ନେଇ ପ୍ରତିବାଦକାରୀ ମାନେ ବିଭିନ୍ନ ଦୋକାନ ଲୁଟିବା ଆରମ୍ଭ କରିଥିଲେ । ଚିକାଗୋ ପୋଲିସ୍ ଏହି ଘଟଣାରେ ଅନ୍ୟୁନ ୧୦୦ ଜଣଙ୍କୁ ସର୍ବସାଧାରଣ ସମ୍ପତ୍ତି ଲୁଟ୍ ଅଭିଯୋଗରେ ଗିରଫ କରିଥିଲା । ଚିକାଗୋ ପୋଲିସ୍ ସୁପରିଟେଣ୍ଡେଣ୍ଟ ଡେଭିଡ୍ ବ୍ରାଉନ୍ ଏହାକୁ ଏକ ସୁଚିନ୍ତିତ ଯୋଜନା ବୋଲି ଅଭିହିତ କରିଛନ୍ତି । ଏହି ଘଟଣାରେ ଜଣେ ପ୍ରତିବାଦକାରୀ ଏବଂ ଜଣେ ପୋଲିସଙ୍କୁ ଗୁଳି ଲାଗିଥିବା ବେଳେ ୧୩ ଜଣ ପୋଲିସ୍ କର୍ମୀ ଆହତ ହୋଇଛନ୍ତି ।