୭ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ

୭ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ

୭ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ
ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳୁନାହିଁ । ଆଇଏନଏକ୍ସ ଦୁର୍ନୀତି ମାମଲାର ଅଠାକାଠିରେ ଛନ୍ଦି ହୋଇପଡ଼ିଥିବା ଚିଦାମ୍ବରମଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି । ଆସନ୍ତା ୨୩ ତାରିଖକୁ ତାଙ୍କର ନିୟମିତ ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଏହାଛଡ଼ା ଚିଦାମ୍ବରମଙ୍କୁ ଦେଖା କରିବାକୁ ତାଙ୍କ ପରିବାର ଲୋକେ ଆବେଦନ କରିଥିଲେ ହେଁ ତାକୁ ମଧ୍ୟ ଖାରଜ କରିଦିଆଯାଇଛି । ଏଥିସହ ଦିଲ୍ଲୀ ହାଇକୋର୍ଟ ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦେବାକୁ ମାନ୍ୟବର କୋର୍ଟ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ ଆଇଏନ୍ଏକ୍ସ ମିଡିଆ ମାମଲାକୁ ନେଇ ସ୍ୱତନ୍ତ୍ର ସିବିଆଇ ଅଦାଲତ କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍କୁ ୧୪ଦିନ ପର୍ୟ୍ୟନ୍ତ ତିହାର ଜେଲକୁ ପଠାଇଥିଲେ । ଚିଦମ୍ବରମଙ୍କ ଓକିଲ କପିଲ ସିବ୍ଦଲ ଏହାକୁ ବିରୋଧ କରି କହିଥିଲେ ଯେ ସେ ଇଡି ରିମାଣ୍ଡରେ ଯିବାକୁ ରାଜିଥିବାରୁ ତାଙ୍କୁ ଜେଲକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ବିଚାରପତି ଅଜୟ କୁମାର କୁହର ସିବ୍ଦଲଙ୍କ ଏହି ଯୁକ୍ତିକୁ ମାନିନଥିଲେ । ଅନୁରୋଧକୁ ଖାରଜ୍ କରି ରୋଜ୍ ଆଭେନ୍ୟୁ କୋର୍ଟ ଚିଦମ୍ବରମଙ୍କୁ ସେପ୍ଟେମ୍ବର ୧୯ ପର୍ୟ୍ୟନ୍ତ ତିହାର୍ ଜେଲ୍କୁ ପଠାଇ ଦେଇଥିଲେ ।