ଚୀନକୁ ଫେରିଲା କରୋନା, ପ୍ରମୁଖ ସହର ହେଲା ସିଲ

ଚୀନକୁ ଫେରିଲା କରୋନା, ପ୍ରମୁଖ ସହର ହେଲା ସିଲ

ଚୀନକୁ ଫେରିଲା କରୋନା, ପ୍ରମୁଖ ସହର ହେଲା ସିଲ
ବେଜିଂ: କରୋନା ଭାଇରସ ପ୍ରଥମେ ଚୀନରୁ ଆରମ୍ଭ ହୋଇ ପରେ ଏହା ଅନ୍ୟ ରାଷ୍ଟ୍ରକୁ ବ୍ୟାପିଲା । କରୋନାକୁ ନିୟନ୍ତ୍ରଣ କରିନେବାରେ ସଫଳ ହୋଇଥିଲା ଚୀନକୁ ଏବେ ଏବେ ପୁଣି କରୋନା ଭାଇରସ ଫେରୁଛି । ଚୀନରେ ୮୧,୦୦୦ ଲୋକ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ୩,୩୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘ ୩ ମାସ ଧରି ଚୀନରେ ଆତଙ୍କ ଖେଳାଇଥିବା କରୋନା ଧୀରେ ଧୀରେ ଏଠାରେ ଜମିଥିଲେ ମଧ୍ୟ ପରେ ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପିଲା । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷାଧିକ ଟପିଛି । ତେବେ ଏଭଳି ସ୍ଥିତିରେ ଚୀନକୁ ପୁଣି କରୋନା ଭାଇରସ ଫେରିବା ଚିନ୍ତାର କାରଣ ପାଲଟିଛି । ଚୀନରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଏବେ ପୁଣି ବଢ଼ିବା ଆରମ୍ଭ ହୋଇଛି । ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ମୁକାବିଲା ପାଇଁ ଚୀନ କଠୋର ପଦକ୍ଷେପ ନେଇଛି । ଏହା ବେଜିଂ, ସାଂଘାଇ ଏବଂ ଗ୍ୱାଙ୍ଗଝୋକୁ ସିଲ କରିନେଇଛି । ଯେ କୌଣସି ବ୍ୟକ୍ତି ଯିଏ ବାହାରୁ ସହରକୁ ପ୍ରବେଶ କରୁଛନ୍ତି ସମସ୍ତଙ୍କୁ ୧୪ ଦିନ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟିନରେ ରଖାଯାଉଛି । ସମସ୍ତ ଭିସା ବାତିଲ କରାଯାଇଛି । ରାଜଧାନୀ ବେଜିଂକୁ କୌଣସି ଅନ୍ତର୍ଜାତୀୟ ବିମାନ ଆସୁନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ କରୋନାରୁ ବର୍ତ୍ତିବା ପାଇଁ ଏବଂ ଚୀନ ପ୍ରମୁଖ ସହର ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ସପ୍ତାହରେ କିଛି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍ଷାଧିକ ଲୋକଙ୍କୁ କ୍ୱାରାଣ୍ଟିନରେ ରହିବାକୁ କୁହାଯାଇଛି । ସାଂଘାଇ ଓ କ୍ୱାଙ୍ଗଡଙ୍ଗରେ ବି ସମାନ ସ୍ଥିତି ଦେଖିବାକୁ ମିଳିଲା ।