୧୫ଟି ଜିଲ୍ଲାରୁ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ

୧୫ଟି ଜିଲ୍ଲାରୁ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ

୧୫ଟି ଜିଲ୍ଲାରୁ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ୨୪ ଘଣ୍ଟା ରାଜ୍ୟରେ ୧୫ଟି ଜିଲ୍ଲାରୁ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୯ ଜଣ ଲେଖାଏଁ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୬ଜଣ, ବାଲୋଶ୍ବରରୁ ୪ ଜଣ, ପୁରୀରୁ ୩ ଜଣ, କଟକ, ଦେବଗଡ଼,ଯାଜପୁର, କଳାହାଣ୍ଡି,ମୟୂରଭଞ୍ଜ ଓ ନୂଆପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ଏବଂ ଝାରସୁଗୁଡା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୬ ହଜାର ୧୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୮୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୨ ହଜାର ୯୮୪ ଜଣ ସୁସ୍ଥ ହୋଇଛନ୍ତି।