ଦିନକରେ ୧୬ କରୋନା ରୋଗୀ ଚିହ୍ନଟ
ଦିନକରେ ୧୬ କରୋନା ରୋଗୀ ଚିହ୍ନଟ
admin
Apr 5, 2020 - 16:33
Updated: Apr 5, 2020 - 16:33
ଭୁବନେଶ୍ୱର : ଆଜି ଏକାସହିତ ୧୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବମିଖାଲ ହୋଇଛି କରୋନାର ହଟସ୍ପଟ । ଆଜି ଦିନରେ ୧୮ଜଣ କରୋନା ସଂକ୍ରମିତ ହୋଇଛନ୍ତି । କେବଳ ବମିଖାଲରେ ୧୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଚିଂଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା କରାଯାଉଛି । ଲୋକମାନଙ୍କୁ ବ୍ୟତିବ୍ୟସ୍ତ ନହେବା ପାଇଁ ସ୍ୱାସ୍ଥ୍ୟ ବିଭାଗରୁ ନିବେଦନ କରିଛନ୍ତି ।
ସମ୍ପ୍ରତି କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନେଇ ଜିଲ୍ଲା ଓ ପୁଲିସ ପ୍ରଶାସନ ସମସ୍ତେ ଦିନରାତି ଏକ କରିଦେଇଛନ୍ତି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ଏଯାବତ ଗୋଷ୍ଠୀ ସଂକ୍ରମଣ ହୋଇନଥିଲେ ବି ଆଶଙ୍କା ଟଳିନାହିଁ । ବାହାରୁ ଆସିଥିବା ବ୍ୟକ୍ତିମାନଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଗହଳି ସ୍ଥାନକୁ ନଯିବା, ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।