୨୪ ଘଣ୍ଟାରେ ୯୬ ହଜାର ନୂତନ ଆକ୍ରାନ୍ତ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ପାର

୨୪ ଘଣ୍ଟାରେ ୯୬ ହଜାର ନୂତନ ଆକ୍ରାନ୍ତ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ପାର

୨୪ ଘଣ୍ଟାରେ ୯୬ ହଜାର ନୂତନ ଆକ୍ରାନ୍ତ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ପାର
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଳକ୍ଷ ପାର କରିଛି । ୯୬୪୨୪ ଆକ୍ରାନ୍ତଙ୍କ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮ରେ ପହଞ୍ଚିଛି । ସେହିପରି ୧୧୭୪ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୮୪ ହଜାର ୩୭୨ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଲକ୍ଷ ୧୨ ହଜାର ୫୫୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୫୪ ରହିଛି । ଏହା ସହିତ ଦେଶରେ ଆରୋଗ୍ୟ ହାର ୭୭.୬୫ ପ୍ରତିଶତରେ ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୮୨ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩ଟି ରାଜ୍ୟରେ ୬୦ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂୁନା ଅନୁଯାୟୀ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଦେଶର ୬୦ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।