ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୪୫

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୪୫

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୪୫
ଭୁବନେଶ୍ୱର : ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ହୋଇଛି । କଟକରୁ ଆଜି ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ରହିଛନ୍ତି । ମୃତ ମହିଳା ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ ହୋଇଥିବାବେଳେ ଅନ୍ୟଦୁଇ ଜଣଙ୍କ ବୟସ ଯଥାକ୍ରମେ ୫୦, ୪୫ ବର୍ଷ ବୋଲି ସୂଚନା ରହିଛି । ବୌଦ୍ଧରୁ ଆଜି ୬୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ୫୫ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ରାୟଗଡାରୁ ୫୦ ବର୍ଷୀୟ ପୁରୁଷ, ସମ୍ବଲପୁରରୁ ୫୧ ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରୁ ୭୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।