ଆଉ ୪୯୫ ଆକ୍ରାନ୍ତ ଚିହ୍ନଟ
ଆଉ ୪୯୫ ଆକ୍ରାନ୍ତ ଚିହ୍ନଟ
admin
Jul 4, 2020 - 06:01
Updated: Jul 4, 2020 - 06:01
ଭୁବନେଶ୍ୱର : ରାଜ୍ୟରେ ଆଉ ୪୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୩୫୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ୧୪୦ ଜଣ ଆସିଛନ୍ତି । ଫଳରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ରେ ପହଁଚିଥିବାବେଳେ ୫୭୦୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୮୫୩ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୩୪ ଜଣ କରୋନାରେ ମୃତୁ୍ୟବରଣ କରିଥିବାବେଳେ ୯ ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୪, ବାଲେଶ୍ୱରରେ ୧୩, ବରଗଡ଼ରେ ୨, ଭଦ୍ରକରେ ୧୨, କଟକରେ ୧୩, ଢେଙ୍କାନାଳରେ ୧, ଗଜପତିରେ ୭, ଗଞ୍ଜାମରେ ୨୧୬, ଜଗତସିଂହପୁରରେ ୧୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୮, କନ୍ଧମାଳରେ ୮, କେନ୍ଦ୍ରାପଡ଼ାରେ ୧୧, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୫୦, କୋରାପୁଟରେ ୫, ମାଲକାନାଗିରିରେ ୫, ମୟୂରଭଞ୍ଜରେ ୨୮, ନବରଙ୍ଗପୁରରେ ୧୧, ନୟାଗଡ଼ରେ ୧, ପୁରୀରେ ୧୮, ସମ୍ବଲପୁରରେ ୬, ସୋନପୁରରେ ୨, ସୁନ୍ଦରଗଡ଼ରେ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ୨୮୭୦୯୦ ନମୁନା ପରୀକ୍ଷଣ ହୋଇଛି ।