ଚୀନରୁ ବିଦାୟ ନେଉଛି କରୋନା

ଚୀନରୁ ବିଦାୟ ନେଉଛି କରୋନା

ଚୀନରୁ ବିଦାୟ ନେଉଛି କରୋନା
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମିତ ହେବା ଅଦୃଶ୍ୟ ଶକ୍ତି ବିରୋଧରେ ଲଢ଼ିବା ସହ ସମାନ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଚୀନ ଏବେ ଏହାର ମୁକାବିଲାରେ ସମ୍ପୂର୍ଣ୍ଣ ସଫଳ ହୋଇଛି । କରୋନାର ଉପôତ୍ତି ସ୍ଥଳ କୁହାଯାଉଥିବା ଉହାନରେ ଏବେ ଦୁଇ ଦିନ ହେଲା କେବଳ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସୁଛି । ଚୀନରୁ ଏବେ ଏହି ଭାଇରସ ବିଦାୟ ନେବା ସ୍ଥିତିକୁ ଆସିଯାଇଥିବା ବେଳେ ପଡେ଼ାଶୀ ରାଷ୍ଟ୍ର ବିଶେଷ କରି ଭାରତରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି । ଦକ୍ଷିଣ କୋରିଆ ମଧ୍ୟ କରୋନା ବିରୋଧରେ ଯୁଦ୍ଧ ଘୋଷଣା କରି ସଫଳତା ପାଇଛି । ଭାରତରେ ୧୪ ଇଟାଲୀୟ ନାଗରିକଙ୍କ ଚିକିତ୍ସା କରୁଥବା ମେଦାନ୍ତର ଜଣେ ଡାକ୍ତର ଭାଇରସ ନିୟନ୍ତ୍ରଣ କରିବା ଦିଗରେ ସରକାର କି ପ୍ରକାର ପଦକ୍ଷେପ ନେବା ଉଚିତ ସେ ବିଷୟରେ କହିଛନ୍ତି । କରୋନା ଭାଇରସ ଚିକିତ୍ସା ପାଇଁ ରୋଗୀମାନଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା ନ କରି ଗୋଟିଏ ହସ୍ପିଟାଲରେ ଉତ୍ତମ ବ୍ୟବସ୍ଥା ଥାଇ ଚିକିତ୍ସା କରାଇଲେ ଭାଇରସକୁ ସହଜରେ ରୋକି ହେବ ବୋଲି ସେ କହିଛନ୍ତି । ଗୋଟିଏ ହସ୍ପିଟାଲରେ ଯଦି ଏକ କାଳୀନ ଏକାଧିକ ରୋଗୀ ତଥା ଗୋଟିଏ ସ୍ଥାନରେ ୫୦୦ ରୋଗୀଙ୍କର ଚିକିତ୍ସା କରିହେବ ତେବେ ଏହି ଭାଇରସକୁ ସହଜରେ ମୁକାବିଲା କରିହେବ । ଚୀନ ଏବଂ ଦକ୍ଷିଣ କୋରିଆ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ବିଶ୍ୱକୁ ମୁକାବିଲାର ରାସ୍ତା ଦେଖାଉଛନ୍ତି । ସେହିପରି ସନ୍ଦିଗ୍ଧଙ୍କୁ ପରୀକ୍ଷା କରିବା ସୁଯୋଗ ଦିଆଯିବା ଦରକାର । ଏବେ ବି ଭାରତରେ ସ୍ଥିତି ନିୟନ୍ତ୍ରଣ ହେବା ସ୍ଥିତିରେ ଅଛି ବୋଲି ସେ କହିଛନ୍ତି ।