ନୀତୀଶଙ୍କ ନାମରେ ବାଜିଲା ମୋହର, ପୁଣି ହେବେ ମୁଖ୍ୟମନ୍ତ୍ରୀ

ନୀତୀଶଙ୍କ ନାମରେ ବାଜିଲା ମୋହର, ପୁଣି ହେବେ ମୁଖ୍ୟମନ୍ତ୍ରୀ

ନୀତୀଶଙ୍କ ନାମରେ ବାଜିଲା ମୋହର, ପୁଣି ହେବେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ନୀତୀଶ କୁମାର ପୁଣି ହେବେ ମୁଖ୍ୟମନ୍ତ୍ରୀ । ଆଜି ଅନୁଷ୍ଠିତ ଏନଡିଏ ବୈଠକରେ ନୀତୀଶଙ୍କ ନାମରେ ମୋହର ବାଜିଛି । ଏନଡିଏ ନେତାଭାବେ ନୀତୀଶ କୁମାର ନିର୍ବାଚିତ ହୋଇଛନ୍ତି । ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏନଡିଏ ନେତାଭାବେ ନୀତୀଶଙ୍କ ନାମ ଘୋଷଣା କରିଛନ୍ତି । ଫଳରେ ନୀତୀଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । କିଛି ସମୟରେ ରାଜ୍ୟପାଳଙ୍କୁ ଭେଟି ନୀତୀଶ ସରକାର ଗଠନ କରିବା ପାଇଁ ଦାବି କରିବେ ବୋଲି ଜଣାଯାଇଛି । ବିହାରରେ ସରକାର ଗଠନ ଲାଗି ଆଜି ପାଟନାଠାରେ ନବନିର୍ବାଚିତ ଏନ୍‍ଡିଏ ବିଧାୟକଙ୍କ ବୈଠକ ବସିଥିଲା । ଏହି ବୈଠକରେ ଏନ୍‍ଡିଏ ଅନ୍ତର୍ଗତ ବିଜେପି, ଜେଡିୟୁ., ହିନ୍ଦୁସ୍ତାନୀ ଆୱମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟିର ନିର୍ବାଚିତ ସଦସ୍ୟମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟ, ରାଜ୍ୟରେ ସରକାର ଗଠନ ନେଇ ଏନ୍‍ଡିଏ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି। ସେହି ଦୃଷ୍ଟିରୁ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍‍ଡିଏକୁ ଆମନ୍ତ୍ରଣ କରିବେ। ଆସନ୍ତାକାଲି ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ୭୪, ଜେ.ଡି.ୟୁ. ୪୩, ହିନ୍ଦୁସ୍ତାନୀ ଆମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ଜଣେ ସ୍ୱାଧୀନ ସଦସ୍ୟ ସୁମିତ୍‍ ସିଂହ ମଧ୍ୟ ଏନ୍‍ଡିଏକୁ ସମର୍ଥନ ନେଇ ଘୋଷଣା କରିଛନ୍ତି।