ବିଜେପିରେ ସାମିଲ ହେବେ ୧୮ ଟିଡିପି ବିଧାୟକ!
ବିଜେପିରେ ସାମିଲ ହେବେ ୧୮ ଟିଡିପି ବିଧାୟକ!
admin
Jul 7, 2019 - 05:50
Updated: Jul 7, 2019 - 05:50
ନୂଆଦିଲ୍ଲୀ: କ୍ଷମତା ଚାଲିଯିବା ପରେ ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଥମେ ୪ ଜଣ ରାଜ୍ୟସଭା ସଦସ୍ୟ ଦଳଛାଡ଼ି ବିଜେପିରେ ସାମିଲ ହେବା ପରେ ଏବେ ୧୮ ଜଣ ବିଧାୟକ ମଧ୍ୟ ଦଳଛାଡ଼ି ବିଜେପିରେ ସାମିଲ ହେବେ ବୋଲି ସଙ୍କେତ ମିଳିଛି । ଆଜି ଏଭଳି ଦାବି କରିଛନ୍ତି ରାଜ୍ୟ ପାଇଁ ନିଯୁକ୍ତ ବିଜେପି ପ୍ରଭାରୀ ସୁନୀଲ ଦେଓଧର । ସେ କହିଛନ୍ତି ବିଜେପି ସହ ସମ୍ପର୍କରେ ଏବେ ଟିଡିପିର ୧୮ ଜଣ ବିଧାୟକ ଓ ୩୦ ଜଣ ବିଧାନ ପରିଷଦ ସଦସ୍ୟ ଅଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ସୁନୀଲ କହିଛନ୍ତି ଯେ ଚନ୍ଦ୍ରବାବୁଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲାର ବିଚାର ଆରମ୍ଭ ହୋଇଛି । ଏହି ଦୁର୍ନୀତିରେ ଚନ୍ଦ୍ରବାବୁଙ୍କ ପରିବାର ଓ ସମ୍ପର୍କୀୟ ଲୋକମାନେ ସାମିଲ ଅଛନ୍ତି । ଆସନ୍ତା ଦୁଇବର୍ଷ ଭିତରେ ଜେଲ ଯିବେ ଏବଂ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହେବ । ସେଥିପାଇଁ ଚନ୍ଦ୍ରବାବୁଙ୍କ ଉପରେ ଆଉ ନିଜ ଦଳର ବିଧାୟକଙ୍କ ଭରସା ନାହିଁ । ତେଣୁ ସେମାନେ ବିଜେପି ସହିତ ଯୋଗାଯୋଗ କରିଛନ୍ତି । ରାଜ୍ୟରେ ଟିଡିପିର ଭବିଷ୍ୟତ କିଛି ନାହିଁ । ଦୁର୍ନୀତିର ଖଣ୍ଡା ଚନ୍ଦ୍ରବାବୁଙ୍କ ମୁଣ୍ଡ ଉପରେ ସର୍ବଦା ଝୁଲୁଛି । ଖୁବ ଶୀଘ୍ର ସେ ଜେଲ ଯିବେ । ସେହିଭଳି ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ଗରିବରୁ ଅତି ଗରିବ ଲୋକଙ୍କ ନିକଟରେ ଦଳ ପହଞ୍ଚିବାକୁ ପ୍ରୟାସ କରୁଛି ବୋଲି ସେ କହିଛନ୍ତି । ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀରେ ଅତି କମରେ ୧ ଲକ୍ଷ ସଦସ୍ୟ ସଂଗ୍ରହ କରାଯିବ । ଆସନ୍ତା ୧୧ ତାରିଖରୁ ବିଶାଖାପାଟଣାରେ ଆରଏସଏସ ୩ ଦିନିଆ ମାନସ ମନ୍ଥନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଦେଓଧର ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ନିକଟରେ ଲୋକସଭା ନିର୍ବାଚନ ସହ ଅନୁଷ୍ଠିତ ଆନ୍ଧ୍ରପ୍ରଦଶେ ବିଧାନସଭା ନିର୍ବାଚନରେ ଚନ୍ଦ୍ରବାବୁଙ୍କ ନେତୃତ୍ୱାଧୀନ ଟିଡିପିକୁ ଗାଦିଚୁ୍ୟତ କରି ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି କ୍ଷମତା ଦଖଲ କରିଛି । ଜଗନମୋହନ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଚନ୍ତି ।ରାଜ୍ୟର ମୋଟ ୧୭୫ଟି ବିଧାନସଭା ଆସନରେ ୱାଇଏସଆର କଂଗ୍ରେସ ପାର୍ଟି ୧୫୧ଟି ପାଇଥିଲା ବେଳେ ଟିଡିପିକୁ ୨୩ ଏବଂ ଜେଏସପି ଗୋଟିଏ ଆସନରେ ବିଜୟ ହାସଲ କରିଛି । ଏଠାରେ କଂଗ୍ରେସ ଓ ବିଜେପି ଖାତା ଖୋଲିପାରି ନାହାନ୍ତି । ଜଗମୋହନ ଦାୟିତ୍ୱ ଗ୍ରହଣ କରିବା ପରେ ଚନ୍ଦ୍ରବାବୁ ଓ ତାଙ୍କ ପରିବାରକୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ହ୍ରସା କରିଛନ୍ତି । ଏଥିସହ ତାଙ୍କ ସରକାରୀ ବଙ୍ଗଳା ଓ ବ୍ୟକ୍ତିଗତ ବେଆଇନ ଭାବେ ନିର୍ମିତ ହୋଇଥିବା ଦର୍ଶାଇ ଦାଙ୍କୁ ଭାଙ୍ଗି ଦେଇଛନ୍ତି ।