ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଘଟଣା : ରିପୋର୍ଟ ମାଗିଲେ ଶାହ

ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଘଟଣା : ରିପୋର୍ଟ ମାଗିଲେ ଶାହ

ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଘଟଣା : ରିପୋର୍ଟ ମାଗିଲେ ଶାହ
ନୂଆଦିଲ୍ଲୀ : ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ପୁଅ ତଥା ନୂଆ କରି ବିଧାୟକ ହୋଇଥିବା ଆକାଶ ବିଜୟବର୍ଗୀୟ ଇନ୍ଦୋର ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଘଟଣାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ମଧ୍ୟପ୍ରଦେଶ ବିଜେପିଠାରୁ ରିପୋର୍ଟ ମାଗିଛନ୍ତି । କେନ୍ଦ୍ରରେ ବିଜେପିର ବରିଷ୍ଠନେତାମାନେ ପ୍ରକୃତ ଘଟଣା ବାବଦରେ ଜାଣିବାକୁ ଚାହିଁଛନ୍ତି । ମାମଲାକୁ ଭଲଭାବେ ବିଚାର କରିବା ପରେ ଆକାଶ ବିଜୟବର୍ଗୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ଏଭଳି ଆଚରଣ ଦ୍ୱାରା ଦଳର ଭାବମୂର୍ତ୍ତିରେ ପ୍ରଚଣ୍ଡ ଆଘାତ ଲାଗିଥିବାରୁ ଖୁବ ଶୀଘ୍ର ଆକାଶ ବିଜୟବର୍ଗୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦଳର ବରିଷ୍ଠ ନେତାଙ୍କ ସୂଚତ୍ରରୁ ଜଣାପଡ଼ିଛି । ସମ୍ପୃକ୍ତ ଘଟଣାରେ ଆକାଶ ବିଜୟବର୍ଗୀୟ ଗିରଫ ହୋଇଛନ୍ତି ଏବଂ ତାଙ୍କୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦିଆଯାଇଛି । ତାଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରି ଦିଆଯାଇଛି ।