ଜଷ୍ଟିସ ବୋବଡେଙ୍କ ଶପଥ ଗ୍ରହଣ

ଜଷ୍ଟିସ ବୋବଡେଙ୍କ ଶପଥ ଗ୍ରହଣ

ଜଷ୍ଟିସ ବୋବଡେଙ୍କ ଶପଥ ଗ୍ରହଣ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍.ଏ. ବୋବଡେ । ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜଷ୍ଟିସ ଶରତ ଅରବିନ୍ଦ ବୋବଡେ ଭାରତର ୪୭ତମ ପ୍ରଧାନ ବିଚାରପତି । ଜଷ୍ଟିସ ବୋବ୍‌ଡେ ପାଖାପାଖି ବର୍ଷେ ୫ ମାସ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ତୁଲାଇବେ। ଆସନ୍ତା ୨୦୨୧ ଏପ୍ରିଲ୍‌ ୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ସେ ସେହିଦିନ ଅବସର ଗ୍ରହଣ କରିବେ। ଜଷ୍ଟିସ ବୋବ୍‌ଡେ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ୫ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ। । ଶପଥଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।