୧୮ରେ ସର୍ବଦଳୀୟ ବୈଠକ

୧୮ରେ ସର୍ବଦଳୀୟ ବୈଠକ

୧୮ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଦିନ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି । ବିଧାନସଭାର ଶୀତ ଅଧିବେଶନ ପାଇଁ ଏହି ବୈଠକ ଡକାଯାଇଛି । ଗୃହ କିପରି ସୁରୁଖୁରୁରେ ଚାଲିବ ସେନେଇ ବୈଠକରେ ଆଲୋଚନା ହେବ । ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ ସେ ସମ୍ପର୍କରେ ବୈଠକରେ ମତାମତ ନିଆଯିବ ବୋଲି ଜଣାଯାଇଛି । ପ୍ରକାଶ ଯେ, ଆସନ୍ତା ନଭେମ୍ବର ୨୦ରୁ ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଅନୁଷ୍ଠିତ ହେବ । ନଭେମ୍ବର ୨୦ରୁ ଆରମ୍ଭ ହୋଇ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ଦିନ ଧାର୍ଯ୍ୟ ହୋଇଛି । ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ କରାଯିବ । ବିଧାନସଭାର ଶୀତ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବଜେଟ ଅଧିବେଶନ କାଂଟଛାଂଟ ହୋଇଯାଇଥିଲା । ଏପରିକି ଅନେକ ବିଭାଗର ଖର୍ଚ୍ଚଦାବି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ବି ହୋଇପାରିନଥିଲା । ସେହିପରି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମୌସୁମୀ ଅଧିବେଶନ ବି ସ୍ୱଳ୍ପକାଳୀନ ହୋଇଥିଲା ।