୨୪ ଘଣ୍ଟାରେ ୧୦୦୦ ମୃତ୍ୟୁ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ଡେଇଁଲା

୨୪ ଘଣ୍ଟାରେ ୧୦୦୦ ମୃତ୍ୟୁ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ଡେଇଁଲା

୨୪ ଘଣ୍ଟାରେ ୧୦୦୦ ମୃତ୍ୟୁ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ଡେଇଁଲା
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪୫୫୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦୦ ପାର କରିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୮୦୪୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥୃ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ସୂଚନା ଅନୁଯାୟୀ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୦ରେ ପହଞ୍ଚି ଥିବା ବେଳେ ଏହା ମଧ୍ୟରୁ ୧୭ ଲକ୍ଷ ୫୧ ହଜାର ୫୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ହାର ୭୦ ପ୍ରତିଶତ ଉପରେ ରହିଛି ।