ନୂଆ କରୋନା ଭାଇରସ ଚିହ୍ନଟ ପାଇଁ ୨୪ ଘଣ୍ଟା ଲାଗୁଛି

ନୂଆ କରୋନା ଭାଇରସ ଚିହ୍ନଟ ପାଇଁ ୨୪ ଘଣ୍ଟା ଲାଗୁଛି

ନୂଆ କରୋନା ଭାଇରସ ଚିହ୍ନଟ ପାଇଁ ୨୪ ଘଣ୍ଟା ଲାଗୁଛି
ନୂଆଦିଲ୍ଲୀ: ନୂଆ କରୋନା ଭାଇରସ ଚିହ୍ନଟ କରିବା ପାଇଁ ଏବେ ଯେଉଁ ଟେଷ୍ଟିଂ ପ୍ରକି୍ରୟା ହେଉଛି ସେଥିପାଇଁ ୨୪ ଘଣ୍ଟା ସମୟ ଲାଗୁଛି ବୋଲି ସିଏସଆଇଆର (ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ) ର ମୁଖ୍ୟ ଡ.ଶେଖର ମାଣ୍ଡେ କହିଛନ୍ତି । ନୂଆ ଭାଇରସ ଅଧିକ କ୍ଷୀପ୍ର ସଂକ୍ରମଣ ଘଟାଉଥିବା ଏବଂ ଏହା ଏବେ ପ୍ରାୟ ୧୨ଟି ଦେଶରେ ଚିହ୍ନଟ ହୋଇଥିବାରୁ ଏବେ କରୋନା ଟିକାର ସଫଳତା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ଡ.ମାଣ୍ଡେ କହିଛନ୍ତି । କରୋନା ଭାଇରସ ପରିବର୍ତ୍ତିତ ରୂପରେ ଆସିବା ପରେ ଏହାର ଟେଷ୍ଟିଂ ପାଇଁ ଦେଶରେ ଏବେ ୬ଟି ଲ୍ୟାବ ପ୍ରସ୍ତୁତ ହୋଇଛି । ବି୍ରଟେନରୁ ଭାରତ ପହଞ୍ଚାଉଥିବା ଯେଉଁଯାତ୍ରୀମାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି ସେହି ନମୁନା ଗୁଡ଼ିକ ମଧ୍ୟରେ ନୂଆ ଭାଇରସ ରହିଛି କି ନାହିଁ ତାହା ଚିହ୍ନଟ ପାଇଁ ଉକ୍ତ ପରୀକ୍ଷାଗାର ଗୁଡିକୁ ପଠାଯାଉଛି । ଅଧିକାଂଶ ନମୁନା ଦିଲ୍ଲୀ, ପୁନେ ଏବଂ ହାଇଦ୍ରାବାଦରେ ଥିବା ସ୍ୱତନ୍ତ୍ର ଲ୍ୟାବକୁ ପଠାଯାଇଥିବା ଜଣାପଡ଼ିଛି ।