ସାନି ସଂକ୍ରମଣ ଆଶଙ୍କା : ବିମାନବନ୍ଦରରେ ହେବ ଟେଷ୍ଟିଂ ସେଣ୍ଟର

ସାନି ସଂକ୍ରମଣ ଆଶଙ୍କା : ବିମାନବନ୍ଦରରେ ହେବ ଟେଷ୍ଟିଂ ସେଣ୍ଟର

ସାନି ସଂକ୍ରମଣ ଆଶଙ୍କା : ବିମାନବନ୍ଦରରେ ହେବ ଟେଷ୍ଟିଂ ସେଣ୍ଟର
ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍‌ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ଏୟାରପୋର୍ଟରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ। ଏନେଇ ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି କମିଶନର କହିଛନ୍ତି । ତେବେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ। ଯଦି ଲୋକମାନଙ୍କଠାରେ କିଛି ଲକ୍ଷଣ ନଜର ଆସେ ତାହେଲେ ଟେଷ୍ଟିଂ କରାଯିବ। ବିଗତ ୧ ମାସ ମଧ୍ୟରେ ପିଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ କିଛି ବଢିନି। ତେବେ ଆମେ ଏସବୁ ଉପରେ ନଜର ରଖିଛୁ। ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ଅଛି ବୋଲି ବିଏମ୍‌ସି କମିଶନର କହିଛନ୍ତି।