ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷା ବିଜ୍ଞପ୍ତି : ଏହି ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା

ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷା ବିଜ୍ଞପ୍ତି : ଏହି ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା

ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷା ବିଜ୍ଞପ୍ତି : ଏହି ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା
ଭୁବନେଶ୍ୱର: କରୋନା ଭୟ ଭିତରେ +୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ବୁଧବାର ରାଜ୍ୟ ସରକାର +୨ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ତଦନୁଯାୟୀ ମେ ୨୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରତିବର୍ଷ ଇଂରାଜୀରୁ ପରୀକ୍ଷା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ଫିଜିକ୍ସରୁ ପରୀକ୍ଷା ଆରମ୍ଭ ହେବ । ପ୍ରତିବର୍ଷ କଳା ପିଲାଙ୍କ ଠାରୁ ପରୀକ୍ଷା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ବିଜ୍ଞାନ ପିଲାଙ୍କ ଠାରୁ ପରୀକ୍ଷା ଆରମ୍ଭ ହେବ । ଅନ୍ୟପକ୍ଷରେ ମଇ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ନେଇ ପରୀକ୍ଷା ହେବ । ଏନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।