ପୁଣି କରୋନା ନେଲା ୧୮ ଜୀବନ
ପୁଣି କରୋନା ନେଲା ୧୮ ଜୀବନ
admin
Oct 7, 2020 - 06:53
Updated: Oct 7, 2020 - 06:53
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନାରେ ୧୮ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୯୫୮ରେ ପହଞ୍ଚôଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଜିଲାରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ନୟାଗଡ଼, ସୁନ୍ଦରଗଡ଼ ଓ ପୁରୀ ଜିଲାରୁ ୨ ଜଣ କରୋନା ଆକ୍ରାନ୍ତ ମୃତୁ୍ୟ ହୋଇଛି । ସେହିପରି ବୌଦ୍ଧ, ଦେବଗଡ଼, ଯାଜପୁର, କନ୍ଧମାଳା, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।
ପ୍ରକାଶ ଯେ, ରାଜ୍ୟରେ ଆଜି ୨୯୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୩୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୨୫୮ ଟି ଲୋକାଲ କେସ ରହିଛି । ଏହି ୨୯୯୫ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୯୯୮ରେ ପହଞ୍ଚô ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୦୨୧୭ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧ ୨୯୭୭୦ ଜଣ ଚିକିତ୍ସାଧୀନ ରହିଛନ୍ତି ।