୨୪ ଘଣ୍ଟାରେ ୬୦ ହଜାର ନୂତନ ମାମଲା, ୮୩୪ ମୃତ

୨୪ ଘଣ୍ଟାରେ ୬୦ ହଜାର ନୂତନ ମାମଲା, ୮୩୪ ମୃତ

୨୪ ଘଣ୍ଟାରେ ୬୦ ହଜାର ନୂତନ ମାମଲା, ୮୩୪ ମୃତ
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬୦ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୩୪ ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୨୩ ଲକ୍ଷ ଅତିକ୍ରମ କରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି । ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୮୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା୪୬୦୯୧ରେ ପହଞ୍ଚିଛି । ୧୬ ଲକ୍ଷ ୩୯ ହଜାର ୬୦୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୩ ହଜାର ୯୪୮ ରହିଛି । ଦେଶରେ ଆରୋଗ୍ୟ ହାର ୭୦ ପ୍ରତିଶତରେ ପହଞ୍ଚିଛି । ସେହିପରି ୧୦ଟି ସହରରୁ ଦେଶର ୮୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଧାନମନ୍ତ୍ରୀ ଗତକାଲି ପ୍ରକାଶ କରିଥିଲେ ।