ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ : ସଂଘର୍ଷରେ ୩ ମୃତ, ୬୦ ଆହତ

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ : ସଂଘର୍ଷରେ ୩ ମୃତ, ୬୦ ଆହତ

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ : ସଂଘର୍ଷରେ ୩ ମୃତ, ୬୦ ଆହତ
ବେଙ୍ଗାଲୁରୁ : ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଭୟଙ୍କର ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ୬୦ ଜଣ ଆହତ ହୋଇଛନ୍ତି ।ଏହା ସହିତ ୧୧୦ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । କଂଗ୍ରେସ ବିଧାୟକଙ୍କ ଜନୈକ ସମ୍ପର୍କୀୟ ଫେସ୍ବୁକରେ କିଛି ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏହା ପରେ ପ୍ରତିବାଦକାରୀ ମାନେ ବିଧାୟକଙ୍କ ଘରକୁ ଯିବା ମଧ୍ୟରେ ଅନେକ ଗାଡିକୁ ନିଆଁ ଲଗାଇ ଦେଇଥିଲେ । ପ୍ରତିବାଦ ଅଧିକ ହେବାରୁ ପୋଲିସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ନବୀନଙ୍କୁ ଗିରଫ କରିଥିଲା । ଏହି ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟି ୨୪ଟି ଚାରି ଚକିଆ ଯାନ ଏବଂ ୨୦୦ରୁ ଅଧିକ ଦୁଇ ଚକିଆ ଯାନରେ ନିଆଁ ଲଗାଇଥିଲେ ।