ଆଜି ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ

ଆଜି ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ

ଆଜି ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ
ନୂଆଦିଲ୍ଲୀ:ନୂଆ ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଆଜି ରହିଛି । ପଡୋଶୀ ପ୍ରଥମ ନୀତି ଆଧାରରେ ସେ ଶନିବାର ମାଳଦ୍ୱୀପ ଗସ୍ତରେ ଯିବେ । ସେଠାକାର ପାର୍ଲାମେଂଟ ପିପୁଲ୍ସ ମଜଲିସରେ ସେ ଉଦବୋଧନ ଦେବା ସହ ଦୁଇପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୋଦୀ ସେଠାରେ ଦୁଇଟି ପ୍ରତିରକ୍ଷା ସମ୍ପର୍କିତ ପ୍ରକଳ୍ପ ଉଦଘାଟନ୍ କରିବେ । ଏତଦବ୍ୟତୀତ ପ୍ରଶାସନିକ ଓ ବାଣିଜ୍ୟକ କ୍ଷେତ୍ରରେ ଏକାଧିକ ବୁଝାମଣା ପତ୍ର ସ୍ୱାକ୍ଷର ହେବ । ଦୀର୍ଘ ୮ ବର୍ଷ ବ୍ୟବଧାନରେ ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପ ଯାଉଛନ୍ତି । ୨୦୧୧ରେ ଡଃ ମନମୋହନ ସିଂହ ସେଠାକୁ ଯାଇଥିଲେ । ମାଳଦ୍ୱୀପରୁ ଫେରିବା ବାଟରେ ମୋଦୀ ରବିବାର ଶ୍ରୀଲଙ୍କାରେ ପହଂଚିବେ । ଏପ୍ରିଲ ୨୧ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ବିଦେଶୀ ନେତା ଭାବେ ମୋଦୀ କଲମ୍ବୋରେ ପହଂଚିବେ । ପ୍ରଥମ ପାଳି ପ୍ରଧାନମନ୍ତ୍ରିତ୍ୱ ସମୟରେ ମୋଦୀ ୨୦୧୫ ଓ ୨୦୧୭ରେ ଦୁଇ ଥର ଶ୍ରୀଲଙ୍କା ଯାଇଛନ୍ତି ।