ଫେରାର ବିଧାୟକ ଅନନ୍ତ ସିଂହ ଆତ୍ମସମର୍ପଣ କରିବେ

ଫେରାର ବିଧାୟକ ଅନନ୍ତ ସିଂହ ଆତ୍ମସମର୍ପଣ କରିବେ

 ଫେରାର ବିଧାୟକ ଅନନ୍ତ ସିଂହ ଆତ୍ମସମର୍ପଣ କରିବେ
ପାଟଣା: ବାସଭବନରୁ ଏକେ-୪୭ ଏବଂ ହାତ ତିଆରି ବୋମା ମିଳିବା ପରେ ଗିରଫ ଭୟରେ ଘରୁ ଫେରାର ହୋଇଥିବା ମୋକାମାର ବିଧାୟକ ବାହୁବଳୀ ଅନନ୍ତ ସିଂହ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ, ଗିରଫ ହେବାର ଭୟ ନାହିଁ । ଆସନ୍ତା ୩-୪ ଦିନ ମଧ୍ୟରେ ମୁଁ ଆତ୍ମସମର୍ପଣ କରିବି। ମୁଁ ସେହି ଘରେ ୧୪ ବର୍ଷ ହେଲା ରହିଆସୁଛି । ଏକେ-୪୭ ରଖିବାର କୌଣସି ପ୍ରଶ୍ନ ଉଠୁନି । ସୂଚନାଯୋଗ୍ୟ, ଏକେ-୪୭ ଏବଂ ହାତ ତିଆରି ବୋମା ରଖିବା ଅଭିଯୋଗରେ ଗିରଫ ପାଇଁ ଶନିବାର ପାଟଣା ପୁଲିସ ତାଙ୍କ ଘରେ ପହଞ୍ଚିଥିଲେ। ସେହି ସମୟରେ ଅନନ୍ତ ସିଂହ ଘରର ପଛ ରାସ୍ତାରେ ଫେରାର ହୋଇ ଯାଇଥିଲେ । ତାଙ୍କ ସରକାରୀ ବାସଭବନରୁ ଅନନ୍ତର ସହଯୋଗୀ ଛୋଟନକୁ ପୁଲିସ ଗିରଫ କରି ନେଇଥିଲା । ଗିରଫ ଛୋଟନ ନାମରେ ହତ୍ୟାକାଣ୍ଡ ଭଳି ୨୨ଟି ମାମଲା ରହିଛି ।