ୟେଦୁରପ୍ପା ପୁଣି ଥରେ ସରକାରର ମଙ୍ଗ ଧରିବାକୁ ସଜବାଜ

ୟେଦୁରପ୍ପା ପୁଣି ଥରେ ସରକାରର ମଙ୍ଗ ଧରିବାକୁ ସଜବାଜ

ୟେଦୁରପ୍ପା ପୁଣି ଥରେ ସରକାରର ମଙ୍ଗ ଧରିବାକୁ ସଜବାଜ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ୍ ୟେଦୁରପ୍ପା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାସ୍ତା ସଫା ହୋଇଯାଇଥିବାରୁ ସରକାର ଗଠନ ପାଇଁ ଖୁବ ଶୀଘ୍ର ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି । ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ପତନ ଘଟିଥିବାରୁ ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ଥିବା ୟେଦୁରପ୍ପା ପୁଣି ଥରେ ସରକାରର ମଙ୍ଗ ଧରିବାକୁ ସଜବାଜ ହେଉଛନ୍ତି । ଆଜି ୟେଦୁରପ୍ପା କହିଛନ୍ତି, ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ର ଆଶୀର୍ବାଦକୁ ଅପେକ୍ଷା କରିଛନ୍ତି ଏବଂ ଏହା ପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ ଦଳ ସଭାପତି ଅମିତ ଶାହଙ୍କୁ ଭେଟି ସେମାନଙ୍କ ପରେ ଆମେ ସରକାର ଗଠନ ପାଇଁ ଦାବି ଜଣାଇବାକୁ ରାଜ୍ୟପାଳଙ୍କୁ ଭେଟିବୁ ବୋଲି ୟେଦୁରପ୍ପା କହିଛନ୍ତି । ତେବେ ୟେଦୁରପ୍ପା ଆସନ୍ତାକାଲି ସୁଦ୍ଧା ସରକାର ଗଠନ ପାଇଁ ଦାବି ଜଣାଇପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ୨୧୦ ସଦସ୍ୟ ଅଛନ୍ତି । ବିଜେପିର ସଦସ୍ୟ ସଂଖ୍ୟା ୧୦୫ ରହିଥିବା ବେଳେ ଦୁଇ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ବିଜେପିକୁ ମିଳିଛି ।