ପ୍ରଶାସନିକସ୍ତରରେ ଆରମ୍ଭ ହେଲା ଏକ ନୂତନ ଧାରା

ପ୍ରଶାସନିକସ୍ତରରେ ଆରମ୍ଭ ହେଲା ଏକ ନୂତନ ଧାରା

ପ୍ରଶାସନିକସ୍ତରରେ ଆରମ୍ଭ ହେଲା ଏକ ନୂତନ ଧାରା
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପଞ୍ଚମ ପାଳି ସରକାରର ୮୦ଦିନ ପରେ ସୋମବାର ପ୍ରଶାସନିକସ୍ତରରେ ଏକ ନୂତନ ଧାରା ଆରମ୍ଭ ହୋଇଛି । ରାଜ୍ୟର ମୁଖ୍ୟଶାସନ ସଚିବଙ୍କ ସମେତ ୩ଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ନୂଆ ଦାୟିତ୍ବ ଗ୍ରହଣ ଗ୍ରହଣ କରିଛନ୍ତି । ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ମୁଖ୍ୟଶାସନ ସଚିବ ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ କୁମାର ତ୍ରିପାଠୀ ଦାୟିତ୍ବ ଗ୍ରହଣ ଗ୍ରହଣ କରିଛନ୍ତି । ସେହିପରି ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ବ ଗ୍ରହଣ କରିଥିବା ବେଳେ କୃଷି ଉତ୍ପାଦନ କମିଶନର ଭାବେ ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ପାଇଁ ନୂଆ ଆହ୍ବାନ ରହିଛି। ଏହାକୁ ଦୃଷ୍ଟିରେ ରଖି ୫-ଟି ମନ୍ତ୍ରକୁ ନେଇ ପ୍ରଶାସନିକ କାର୍ଯ୍ୟ ଧାରା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ସରକାରର ପ୍ରଥମ ଦିନରୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶନାମାକୁ ନେଇ ସରକାରଙ୍କ ସମସ୍ତ ଯୋଜନା କିଭଳି ତୃଣମୂଳସ୍ତରରେ ଥିବା ଲୋକଙ୍କ ନିକଟରେ ପ୍ରତିଫଳିତ ହେବ ତାକୁ ସରକାର ଗୁରୁତ୍ବ ଦେଉଛନ୍ତି। ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାପାଇଁ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଆଉ ଏକ ଘୋଷଣା କରି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏଣିକି ସାଧାରଣ ଲୋକଙ୍କ ସହିତ ନିଜେ କଥା ହେବେ। ଏହାକୁ ନେଇ ସବୁ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ମୁଖିଆଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଛି। ଯେକୌଣସି ସମସ୍ୟା ଉପୁଜିଲେ ଲୋକେ ଏଣିକି ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୁଆର ପର୍ୟ୍ୟନ୍ତ ପହଞ୍ଚିବେ। ଯୋଜନା କାର୍ୟ୍ୟାନ୍ବୟନ ବେଳେ ସ୍ବଚ୍ଛତା, ଗୋଷ୍ଠୀଗତ କାର୍ୟ୍ୟ, ବୈଷୟିକ ଜ୍ଞାନ କୌଶଳ, ନିର୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ରୂପାନ୍ତରୀକରଣକୁ ମଧ୍ୟ ଗୁରୁତ୍ବ ଦିଆଯିବ। ସରକାରଙ୍କ ଏତେସବୁ ମାର୍ଗଦର୍ଶିକା ଭିତରେ କିଭଳି ମାପିଚୁପି କାର୍ଯ୍ୟ କରାଯିବ ତାକୁ ନେଇ ମନ୍ତ୍ରୀଙ୍କ ମଧ୍ୟରେ ଛନକା ପଶିଛି।