ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ

ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ

ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବାରବାଙ୍କିର ରାମନଗର ଥାନା ଅନ୍ତର୍ଗତ ଅଂଚଳରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଅନେକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ ପାଇଁ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ମୃତକ ଏବଂ ଅସୁସ୍ଥମାନେ ଯେଉଁ ଦୋକାନରୁ ମଦ କିଣିଥିଲେ ତାହା ଦାନବୀର ସିଂହଙ୍କ ନାମରେ ପଞ୍ଜୀକୃତ ହୋଇଛି। ମଦ୍ୟପାନ ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ। ମୃତକଙ୍କ ମଧ୍ୟରେ ୩ ଭାଇ ରହିଛନ୍ତି ।