ସିବିଆଇରେ ହାଜର ପାଇଁ ୭ ଦିନ ସମୟ ନେଲେ ରାଜୀବ

ସିବିଆଇରେ ହାଜର ପାଇଁ ୭ ଦିନ ସମୟ ନେଲେ ରାଜୀବ

ସିବିଆଇରେ ହାଜର ପାଇଁ ୭ ଦିନ ସମୟ ନେଲେ ରାଜୀବ
କଲକାତା: ଶାରଦା ଚିଟଫଣ୍ଡ ମାମଲାରେ ପୁର୍ବତନ କଲକାତା ପୁଲିସ କମିସନର ରାଜୀବ କୁମାର ସିବିଆଇରେ ହାଜର ହେବା ପାଇଁ ଗୋଟିଏ ସପ୍ତାହ ସମୟ ମାଗିଛନ୍ତି । ସୋମବାର ସେ ଏ ସମ୍ପର୍କରେ ସିବିଆଇକୁ ଆବେଦନ କରିଛନ୍ତି । ରବିବାର ସନ୍ଧ୍ୟାରେ ସିବିଆଇ ଅଧିକାରୀ ଦକ୍ଷିଣ କଲକାତାସ୍ଥିତ ରାଜୀବଙ୍କ ବାସଭବନରେ ପହଂଚି ହାଜର ହେବା ସଂକ୍ରାନ୍ତ ନୋଟିସ ପ୍ରଦାନ କରିଥିଲେ । ସୋମବାର ପଶ୍ଚିମବଙ୍ଗ ଅପରାଧିକ ତଦନ୍ତ ବିଭାଗ ସଲ୍ଟ ଲେକସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଂଚି ରାଜୀବଙ୍କ ପତ୍ର ପ୍ରଦାନ କରିଥିଲେ । ରାଜୀବ ବ୍ୟକ୍ତିଗତ କାରଣରୁ ଛୁଟିରେ ଥିବାରୁ ହାଜର ହେବା ପାଇଁ ୭ ଦିନ ସମୟ ନେଇଥିବା ଏଥିରେ ଉଲ୍ଲଖ ଥିବା ପ୍ରକାଶ । ସିବିଆଇ ଉପରୋକ୍ତ ମାମଲାରେ ରାଜୀବଙ୍କୁ ଦୈନନ୍ଦିନ ଜେରା କରିବାକୁ ଚାହୁଛି ।