ରେସ୍‌କ୍ୟୁ ଅପରେସନ୍ ସଫଳ : ଉଦ୍ଧାର ହେଲେ ପରିଜା ଲାଇବ୍ରେରୀ ଛାତ ଉପରେ ଚଢିଥିବା ବ୍ୟକ୍ତି

ରେସ୍‌କ୍ୟୁ ଅପରେସନ୍ ସଫଳ : ଉଦ୍ଧାର ହେଲେ ପରିଜା ଲାଇବ୍ରେରୀ ଛାତ ଉପରେ ଚଢିଥିବା ବ୍ୟକ୍ତି

ରେସ୍‌କ୍ୟୁ ଅପରେସନ୍ ସଫଳ : ଉଦ୍ଧାର ହେଲେ ପରିଜା ଲାଇବ୍ରେରୀ ଛାତ ଉପରେ ଚଢିଥିବା ବ୍ୟକ୍ତି
ଭୁବନେଶ୍ୱର: ଦୀର୍ଘ ଘଣ୍ଟାର ମାରାଥନ ଅପରେସନ ପରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପରିଜା ଲାଇବ୍ରେରୀର ଛାତ ଉପରୁ ଆତ୍ମହତ୍ୟା ଧମକ ଦେଉଥିବା ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇଛି । ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ଦ୍ୱାରା ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ଉଦ୍ଧାର ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାର ଅଞ୍ଚଳର ସୁବୋଧ ବାରିକ । ଯୁବକ ଜଣକ ଛାତ ଉପରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଉଥିବା ବେଳେ ଉଦ୍ଧାର କାର୍ୟ୍ୟ ପାଇଁ ଜୋର ଲଗାଇଦେଇଥିଲା ଅଗ୍ନିଶମ ବିଭାଗ । ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ଯୁବକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବା ମାତ୍ରେ ଯୁବକ ଜଣଙ୍କ ତଳକୁ ଡେଇଁପଡିବାକୁ ଉଦ୍ୟତ ହେଉଥିଲା । ଏପରିକି ବାରମ୍ବାର ବୁଝାଇବା ପରେ ମଧ୍ୟ ବ୍ୟକ୍ତି ଜଣକ ବୁଝୁନଥିଲେ ।