କ୍ରାଇମ ରୋକିବାରେ ଆକସନ ମୁଡରେ ଯାଜପୁର ପୁଲିସ

କ୍ରାଇମ ରୋକିବାରେ ଆକସନ ମୁଡରେ ଯାଜପୁର ପୁଲିସ

କ୍ରାଇମ ରୋକିବାରେ ଆକସନ ମୁଡରେ ଯାଜପୁର ପୁଲିସ
କୋରେଇ : ଜିଲ୍ଲାରେ ବଢି ଚାଲିଥିବା କ୍ରାଇମକୁ ରୋକିବା ପାଇଁ ଏସପି ଚରଣ ସିଂହ ମୀନା ଏବେ ଆକ୍ସନ ମୁଡରେ । ଜିଲ୍ଲା ବିଭିନ୍ନ ଅପରାଧର ପର୍ଦଫାସ ସହ ଅପରାଧି ମାନଙ୍କୁ ମୂଳପୋଛ କରିବାକୁ ନିଷ୍ପତି ନିଆଯାଇଛି । ଚଳିତ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ପାଇଁ ସମସ୍ତ ସୁବିଧା କରାଯାଇଛି । କ୍ରିମିନାଲ ମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ଯାଜପୁର ପୁଲିସ । ବିଭିନ୍ନ ସମୟରେ ଘଟୁଥିବା ଅପରାଧ ଏବେ ପୁରା ଶୂନ । ଏଟିଏମ କାର୍ଡ ଲୁଟେରା ଓ ଏଟିଏମ କାର୍ଡ କ୍ଲୋନିଙ୍ଗ କରି ଟଙ୍କା ହଡପ କରୁଥିବା ସମସ୍ତ ଅପରାଧିଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ । ଜିଲ୍ଲାର ରୋଡ ରବରିର ମାଷ୍ଟର ମାଇଣ୍ଡ ମାନଙ୍କୁ ଗିରଫ କରାଯାଇ ସମସ୍ତେ ଏବେ ଜେଲରେ । ଜିଲ୍ଲାର ମଙ୍ଗଳପୁର ଓ ବିଂଝାରପୁର ଥାନା ଅଂଚଳରେ ହୋଇଥିବା ମର୍ଡରର ପର୍ଦଫାସ, ଯାଜପୁର ଫାଇରିଙ୍ଗ କେଶର ପର୍ଦଫାସ, ଜିଲ୍ଲାର ବିିନ୍ନ ସ୍ଥାନରୁ ଆର୍ମସ ଜବତ ସହ ହାଡକୋର କ୍ରମିନାଲ ମାନଙ୍କୁ ଗିରଫ, ଧର୍ମଶାଳା, ବାଲିଚନ୍ଦ୍ରପୁର ଓ ଯାଜପୁର ଥାନା ଅଂଚଳରେ ହୋଇଥିବା ସମସ୍ତ ସାଇବର ଠକେଇର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ଅନଲାଇନ ଠକ ମାନଙ୍କୁ ଧରିବା ସହ ନାବାଳିକା ଅପହରଣ ମାମଲାର ୯୯ ପ୍ରତିଶତ ଉଦ୍ଧାର ଆଦି କରାଯାଇଛି । ଏ ସବୁ ଦିଗକୁ ଦେଖିଲେ ଜିଲ୍ଲାରେ ଅପରାଧ ରୋକିବା ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ।