ବିଧାନସଭା ଖବର
ବିଧାନସଭା ଖବର
admin
Nov 22, 2019 - 10:11
Updated: Nov 22, 2019 - 10:11
ସାକ୍ଷରତା ହାର ନେଇ ମନ୍ତ୍ରୀଙ୍କ ଉତ୍ତର:
ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବଢିଥିବା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶୁକ୍ରବାର ଗୃହରେ କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୦୧ରେ ସାକ୍ଷରତା ହାର ୫୫.୧% ଥିବାବେଳେ ୨୦୧୧ରେ ୬୯.୨% ଥିଲା । ସେହିପରି ରାଜ୍ୟରେ ୨୦୦ ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ ଓ ୨୭ଟି ଏକଲବ୍ୟ ସ୍କୁଲ ରହିଛି । ୨୦୦୯ରୁ ସାକ୍ଷର ଭାରତ କାର୍ଯ୍ୟକ୍ରମ ୧୯ଟି ଜିଲ୍ଲାରେ ଚାଲୁ ରହିଛି ।
ଶୂନ୍ୟକାଳରେ ଉଠିଲା ଧାନ କିଣା ପ୍ରସଙ୍ଗ:
ବିଧାନସଭାର ଶୂନ୍ୟକାଳରେ ଧାନ କିଣା ପ୍ରସଙ୍ଗ ଉଠିଛି । ବିରୋଧୀ ନଳ ନେତା ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି ଯେ, ଚାଷୀଙ୍କ ସହ ଶ୍ରମମନ୍ତ୍ରୀ ଓ ଶାସକ ଦଳ ଉପମୁଖ୍ୟ ସଚେତକ ଆଲୋଚନା କଲେ । ତେବେ ସେମାନଙ୍କୁ କିଏ ପଠାଇଥିଲେ । ସରକାର ନା ପାର୍ଟି । ଏନେଇ ସ୍ପଷ୍ଟ କରାଯାଉ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି । କେଉଁ ଅଧିକାର ବଳରେ ସେମାନେ ଆଲୋଚନା କଲେ । ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କେବଳ ସମ୍ବଲପୁର ନା ସବୁ ଅଞ୍ଚଳ ପାଇଁ ତାହା ସ୍ପଷ୍ଟ କରାଯାଉ । ଏନେଇ ବାଚସ୍ପତି ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦିଅନ୍ତୁ । ଗୃହରେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି ।
ରାଜ୍ୟରେ ୭୫୯ଟି ବାତ୍ୟା ଆଶ୍ରୟସ୍ଥଳୀ:
ରାଜ୍ୟରେ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀର ହିସାବ ନାହିଁ । କେତାଟି ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ ତାହାର ଅଡିଟ କରାଯାଉଛି । ଗୃହର ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୬ଟି ଉପକୂଳ ଜିଲ୍ଲାରେ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି । ଓଏସଡିଏମଏ ପକ୍ଷରୁ ୬୯୪, ରେଡକ୍ରସ ପକ୍ଷରୁ ୬୫ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ଆଶ୍ରୟସ୍ଥଳୀ ।
ଉଠିଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ:
ଶୁକ୍ରବାର ବିଧାନସଭାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠିଛି । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଏହି ପ୍ରସଙ୍ଗ ଉଠାଇଥିଲେ । ବିଜେଡିର ଜଣେ ସାଂସଦ ସାମ୍ବଦିକଙ୍କୁ ଦୁର୍ବ୍ୟବହାର କରିଥିବା ତାରା କହିଥିଲେ ।
ଗୃହରେ ଧାନ କିଣା ତାତି:
ଧାନ କିଣାରେ ଅବ୍ୟବସ୍ଥା ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ବିରୋଧ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ କରିଛନ୍ତି । ଏହି ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ଦାବିରେ ସେମାନେ ହଟ୍ଟଗୋଳ କରିଛନ୍ତି । ତେବେ ପରିସ୍ଥିତିକୁ ଦେଖି ବାଚସ୍ପତି ଗୃହକୁ ୧୦ ମିନିଟ ପାଇଁ ମୁଲତବୀ କରିଛନ୍ତି ।