ବିବାଦୀୟ ପୋଷ୍ଟରର ହେବ ତଦନ୍ତ: ଡିସିପି

ବିବାଦୀୟ ପୋଷ୍ଟରର ହେବ ତଦନ୍ତ: ଡିସିପି

ଭୁବନେଶ୍ୱର: କମେଡି କିଙ୍ଗ ପପୁ ପମପମଙ୍କୁ ନେଇ ବିଦାଦୀୟ ପୋଷ୍ଟର ମାମଲାର ତଦନ୍ତ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫିଲ୍ମର ପ୍ରଡକ୍ସନ ହାଉସ ନାମରେ ମାମଲା ରୁଜୁ ହୋଇଛି । ପ୍ରଡକ୍ସନ ହାଉସକୁ ଡାକି ପ୍ରାଥମିକଭାବେ ପଚରାଉଚୁରା କରାଯିବ । ପୋଷ୍ଟରଟି କିଏ ପ୍ରକାଶ କରିଛି, ତାହାର ତଦନ୍ତ କରାଯିବ । ସୁଟିଂ ସେଟରୁ ପୋଷ୍ଟର କରାଯାଇଛି ନା ଆଉ କିଏ କରିଛି ତାହାର ତଦନ୍ତ କରାଯିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି । ଏହା ପୂର୍ବରୁ ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ସଫେଇ ଦେଇଥିଲେ ପପୁ । ସେ କହିଥିଲେ ଯେ, ଚର୍ଚ୍ଚିତ ପୋଷ୍ଟର ମୋ କନସେପ୍ଟ ନୁହେଁ । ମୁଁ ଭୁଲ କରିନାହିଁ । ବାହାରେ କିଏ ପୋଷ୍ଟର କରିଛି ମୁଁ ଜାଣିନାହିଁ । ଏଥିପାଇଁ ମୁଁ ଉତ୍ତରଦାୟୀ ନୁହେଁ । ପ୍ରଡୁ୍ୟସରଙ୍କୁ ମଧ୍ୟ ପଚାରିଛି । ପ୍ରଡକ୍ସନ ତରଫରୁ ହୋଇନାହିଁ । ଯିଏ କରିଛି, ତାକୁ ଖୋଜି ବାହାର କରାଯାଉଛି ବୋଲି ପପୁ ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ସଫେଇ ଦେଇଥିଲେ ।