ବିଜେପିର ରାଜ୍ୟବ୍ୟାପୀ ଆନେ୍ଦାଳନ

ବିଜେପିର ରାଜ୍ୟବ୍ୟାପୀ ଆନେ୍ଦାଳନ

ବିଜେପିର ରାଜ୍ୟବ୍ୟାପୀ ଆନେ୍ଦାଳନ
ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ଅଭିଯୋଗ କରି ଆଜି ରାଜ୍ୟବ୍ୟାପୀ ବିଜେପି ପକ୍ଷରୁ ଆନେ୍ଦାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ କରିବାକୁ ନେଇ ବିଜେପି ବିରୋଧ କରିଛି । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଅଫିସ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ପରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ବିଏମସି କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟବ୍ୟାପୀ ଆନେ୍ଦାଳନ ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଘର ସଂଖ୍ୟ ବଢୁନାହିଁ । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ କରିଛନ୍ତି । ଦଳୀୟ କର୍ମୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବାବେଳେ ପ୍ରକୃତ ହିତାଧିକାରୀ ପାଉନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।