ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ
ଭୁବନେଶ୍ୱର : ଫୋନି କ୍ଷତିଗ୍ରସ୍ତଙ୍କ ଥଇଥାନକୁ ଅଗ୍ରାଧିକାର ଦେବା ବଦଳରେ ରାଜ୍ୟ ସରକାରଙ୍କ କିଛି ଉଚ୍ଚ ପଦସ୍ଥ ଅଫିସର ବଡ଼ ବ୍ୟବସାୟୀଙ୍କୁ ଜମି ଦେବା କାମରେ ଲିପ୍ତ ରହିଛନ୍ତି । ଆଜି ଏହି ଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀ ଜେନା ଏ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ଚିଠିରେ ସେ ଦର୍ଶାଇଛନ୍ତି ଯେ, କିଛି ବଡ଼ ହୋଟେଲ ବାଲା ଓ ସୁନା ବେପାରିଙ୍କୁ ୪୨ ଏକର ସରକାରୀ ଜମି ଦିଆଯିବା ପାଇଁ ଯୋଜନା ହେଉଛି । ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ବାହାନାରେ ମୂଲ୍ୟବାନ ଜମି ଦେବାକୁ ଯୋଜନା କରାଯାଉଛି । ହେଲେ ଏହି ଜମିରେ ଗଲ୍ଫ କୋର୍ଟ, ହୋଟେଲ ଆମ୍ୟୁଜମେଣ୍ଟ ପାର୍କ ହେବ । ତେଣୁ ତୁରନ୍ତ ଏ ଜମି ହସ୍ତାନ୍ତରକୁ ବାତିଲ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଯେଉଁଠାରେ ହୋଟେଲ ବା ଗଲ୍ଫ କୋର୍ଟ କରିବା କଥା ସେଠାରେ ‘ବହୁମୁଖୀ ତାଲିମ କେନ୍ଦ୍ର’ ପ୍ରତିଷ୍ଠା କରିବାକୁ ଶ୍ରୀକାନ୍ତ ପ୍ରସ୍ତାବ ଦେଇଛନ୍ତି । ବିଶେଷ କରି ପୁରୀର ସାତପଡ଼ାରେ ଏବଂ ତ୍ରିଶୁଳିଆରେ ଦୁଇଟି ବଡ଼ ଧରଣର ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ଅତି କମରେ ୧୦ ହଜାର ଯୁବକ ଯୁବତୀଙ୍କୁ ଟ୍ରେନିଂ ଦେଇ ତାଙ୍କୁ କାର୍ଯ୍ୟକ୍ଷମ କରାନ୍ତୁ ବୋଲି ଶ୍ରୀକାନ୍ତ ଚିଠିରେ କହିଛନ୍ତି ।