ଆଜି କଟକରୁ ୭୩ ପଜିଟିଭ୍‌

ଆଜି କଟକରୁ ୭୩ ପଜିଟିଭ୍‌

ଆଜି କଟକରୁ ୭୩ ପଜିଟିଭ୍‌
କଟକ : ଆଜି କଟକରୁ ୭୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ୬୮ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୬୮ ଜଣଙ୍କ ମଧ୍ୟରେ ୪୩ ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩ ଜଣ ସରକାରୀ କ୍ବାରେଣ୍ଟାଇନ୍‌ ଓ ୧୨ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି । କଟକ ମାଲଗୋଦାମ ଜାଲୁଆ ସାହିରୁ ଆଜି ୪୩ ଜଣ ଚିହ୍ନଟ ହୋଇଛନ୍ତି । ବେହେରା ସାହି ପରେ ଏବେ ଜାଲୁଆ ସାହି ଚିନ୍ତା ବଢାଇଛି । ଜାଲୁଆ ସାହିରୁ ୨୩ ଜଣ ପୁରୁଷ ଥିବାବେଳେ ୨୦ ଜଣ ମହିଳା ରହିଛନ୍ତି।ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ୧୨ ଜଣଙ୍କ ମଧ୍ୟରୁ ସୂତାହାଟରୁ ୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୫ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରେ ୨ ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି ଅନ୍ୟ ତିନି ଜଣଙ୍କ ମଧ୍ୟରେ କାଠଗଡା ସାହିରୁ ଜଣେ ୩୧ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ ୭୫ ବର୍ଷୀୟ ପୁରୁଷ ରହିଛନ୍ତି । ବାଦାବାଡି ବିକାଶ ନଗରରୁ ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି ।