ଆଉ ୧୩୨୦ ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ୫୬୦
ଆଉ ୧୩୨୦ ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ୫୬୦
admin
Jul 25, 2020 - 05:01
Updated: Jul 25, 2020 - 05:01
ଭୁବନେଶ୍ୱର : ରାଜ୍ୟରେ ଆଉ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୮୮୭ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୩୩ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୨୦୦ ସୁସ୍ଥ ହୋଇସାରିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୬, ବାଲେଶ୍ୱରରେ ୨୩, ବରଗଡ଼ରେ ୧୪, ଭଦ୍ରକରେ ୨୮, ବଲାଙ୍ଗୀରରେ ୯, କଟକରେ ୪୭, ଦେବଗଡ଼ରେ ୧, ଗଜପତିରେ ୯୦, ଗଞ୍ଜାମରେ ୫୬୦, ଜଗତସିଂହପୁରରେ ୩, ଯାଜପୁରରେ ୨୩, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୧, କନ୍ଧମାଳରେ ୩୯, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୨୪, ଖୋର୍ଦ୍ଧାରେ ୧୭୪, କୋରାପୁଟରେ ୩୦, ନୟାଗଡ଼ରେ ୩୮, ନୂଆପଡ଼ାରେ ୪, ପୁରୀରେ ୯୦, ରାୟଗଡ଼ାରେ ୬୫, ସୋନପୁରରେ ୧, ସୁନ୍ଦରଗଡ଼ରେ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।