କରୋନା ପାଇଁ ୨୨ ଶହ କୋଟିର ପ୍ୟାକେଜ ଘୋଷଣା କଲେ ନବୀନ

କରୋନା ପାଇଁ ୨୨ ଶହ କୋଟିର ପ୍ୟାକେଜ ଘୋଷଣା କଲେ ନବୀନ

କରୋନା ପାଇଁ ୨୨ ଶହ କୋଟିର ପ୍ୟାକେଜ ଘୋଷଣା କଲେ ନବୀନ
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ଷେ ସତୁରୀ ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଲକ ଡାଉନ ସମୟରେ ଲୋକମାନେ ଯେଭଳି ଅସୁବିଧାରେ ନପଡ଼ନ୍ତି ସେଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । ତେବେ କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ନବୀନଙ୍କ ପ୍ୟାକେଜ ୧. ରାଜ୍ୟ ସରକାର ୩ ମାସର ଆଗୁଆ ରାସନ ଦେଉଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଥିବା ସମସ୍ତ ୯୪ ଲକ୍ଷ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ । ଏଥିପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨. ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ଚାରିମାସର ଆଗୁଆ ଭତା ଦିଆଯାଉଛି । ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ୩. ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପନ୍ଦର ଶହ ଟଙ୍କା ଲେଖାଏଁ ସହାୟତା ମିଳିବ । ଏଥିପାଇଁ ୩୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।