୨୪ ଘଣ୍ଟାରେ ୩୬ ହଜାର ନୂତନ ଆକ୍ରାନ୍ତ, ୫୦୧ ମୃତ

୨୪ ଘଣ୍ଟାରେ ୩୬ ହଜାର ନୂତନ ଆକ୍ରାନ୍ତ, ୫୦୧ ମୃତ

୨୪ ଘଣ୍ଟାରେ ୩୬ ହଜାର ନୂତନ ଆକ୍ରାନ୍ତ, ୫୦୧ ମୃତ
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୩୬ ହଜାର ୬୦୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦୧ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୩କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୧୨୨ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୯ ଲକ୍ଷ ୩୨ ହଜାର ୬୪୭ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୬୨ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୪୯୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୯୫ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୪୦୦୬ ଏବଂ କେରଳରେ ୫୩୭୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରେ ୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ଅତିକ୍ରମ କରିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୩୮ ଲକ୍ଷ ୨୪ ହଜାର ୭୧୭ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ ୪କୋଟି ୯ ଲକ୍ଷ ୯୯ ହଜାର ୭୭୮ ଜଣ ସୁସ୍ଥ ହୋଇଛନ୍ତି । ୧୪ ଲକ୍ଷ ୭୯ ହଜାର ୯୪୩ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨ କୋଟି ୧୩ ଲକ୍ଷ ୪୪ ହଜାର ୯୯୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।