ଭୟାବହ ରୂପ ନେଉଛି କରୋନା : ଗୋଟିଏ ଦିନରେ ୫୭ ହଜାର ଆକ୍ରାନ୍ତ ଚିହ୍ନଟ

ଭୟାବହ ରୂପ ନେଉଛି କରୋନା : ଗୋଟିଏ ଦିନରେ ୫୭ ହଜାର ଆକ୍ରାନ୍ତ ଚିହ୍ନଟ

ଭୟାବହ ରୂପ ନେଉଛି କରୋନା : ଗୋଟିଏ ଦିନରେ ୫୭ ହଜାର ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ଭୟଙ୍କର ରୂପ ନେଉଛି କରୋନା । ବିଗତ ୨୪ ଘଣ୍ଟା ମଧ୍ୟରେ ୫୭୧୧୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶ ବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷର ନିକଟତର ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଲକ୍ଷ ୯୪ ହଜାର ୩୭୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୧୦୩ ରହିଛି । ୨୪ ଘଣ୍ଟା ମଧ୍ୟରେ ୭୬୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬୫୧୧ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଥିବା ବେଳେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ଦିଲ୍ଲୀକୁ ଚତୁର୍ଥ ସ୍ଥାନକୁ ଖସାଇ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି ।