ଆଉ ୧୦ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୭

ଆଉ ୧୦ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୭

ଆଉ ୧୦ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୭
ଭୁବନେଶ୍ୱର : ରାଜ୍ୟରେ କରୋନା କାରଣରୁ ଆଉ ୧୦ ଜଣଙ୍କର ପ୍ରାଣହାନି ଘଟିଛି । ଏହି ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୭ରେ ପହଞ୍ଚିଛି । ଗଞ୍ଜାମରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରୁ ୩ ଜଣ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ନୟାଗଡ ଜିଲ୍ଲାର ଜଣେ ୩୦ ବର୍ଷୀୟ ଯୁବକ ଅଛନ୍ତି । ଏହି ଯୁବକଙ୍କର କିଡ୍ନୀ ଜନିତ ସମସ୍ୟା ରହିଥିଲା । ଗଞ୍ଜାମର ଜଣେ ୫୪ ବର୍ଷୀୟ ପୁରୁଷ ଯିଏକି ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଥିଲେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରର ଜଣେ ୬୨ ବର୍ଷୀୟ ବୃଦ୍ଧ ଏବଂ ମଧୁମେହ ଆକ୍ରାନ୍ତ ଗଞ୍ଜାମର ଜଣେ ୫୬ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ଅନ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧ ଯିଏକି ଡାଇବେଟିସ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଞ୍ଜାମର ୪୪ ବର୍ଷୀୟ ଜଣେ ମଧୁମେହ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି । ଉଚ୍ଚ ରକ୍ତଚାପରେ ପୀଡିତ ଗଞ୍ଜାମର ଜଣେ ୭୦ ବର୍ଷୀୟ ବୃଦ୍ଧ, ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଜଣେ ୫୬ ର୍ବଷୀୟ ମହିଳା, ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ସୁନ୍ଦରଗଡର ୫୬ ବର୍ଷୀୟ ପୁରୁଷ , ମଧୁମେହରେ ପୀଡିତ ଖୋର୍ଦ୍ଧାର ୪୦ ବର୍ଷୀୟ ପୁରୁଷ ଏବଂ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଗଜପତି ଜିଲ୍ଲାର ୪୯ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି ।