କରୋନା ଅପଡେଟ୍ : ୫ ମାସରେ ସର୍ବନିମ୍ନ ସ୍ତରରେ କରୋନା ସଂକ୍ରମଣ

କରୋନା ଅପଡେଟ୍ : ୫ ମାସରେ ସର୍ବନିମ୍ନ ସ୍ତରରେ କରୋନା ସଂକ୍ରମଣ

କରୋନା ଅପଡେଟ୍ : ୫ ମାସରେ ସର୍ବନିମ୍ନ ସ୍ତରରେ କରୋନା ସଂକ୍ରମଣ
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୬୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୫୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ବିଗତ ୫ ମାସ ମଧ୍ୟରେ କରୋନା ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୯ ଲକ୍ଷ ୬ ହଜାର ୧୬୫ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୩ ହଜାର ୭୦୯ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୩୯ ହଜାର ୮୨୦ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୪ ଲକ୍ଷ ୨୨ ହଜାର ୬୩୬ ଜଣ ଲୋକ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରୁ ୨୭୦୭ ଏବଂ ଛତିଶଗଡରୁରୁ ୧୬୧୫ ଜଣନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ୬୦ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ୪୩ ମୃତ୍ୟୁ ସହିତ ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ରହିଛି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୨୮ ଲକ୍ଷ ୪୭ ହଜାର ୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୧୨ ଲକ୍ଷ ୫୭ ହଜାର ୫୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୬୯ ହଜାର ୯୯ ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୨୦ ହଜାର ୮୪୪ରେ ପହଞ୍ଚିଛି ।