ଆଜି ୩୯୯୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୯୯୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୯୯୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୯୯୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୩୧୫ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୬୭୬ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୧୪, ବାଲେଶ୍ୱରରୁ ୭୪, ବରଗଡରୁ ୧୬୯, ଭଦ୍ରକରୁ ୮୨, ବଲାଙ୍ଗୀର ୧୮୦, ବୌଦ୍ଧରୁ ୪୧, କଟକରୁ ୩୯୨, ଦେବଗଡରୁ ୧୮, ଢେଙ୍କାନାଳରୁ ୧୦୧, ଗଜପତି ୧୮, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୧୪୮, ଝାରସୁଗୁଡାରୁ ୪୯, କଳାହାଣ୍ଡିରୁ ୭୪, କନ୍ଧମାଳ ୫୭, କେନ୍ଦ୍ରାପଡାରୁ ୧୪୭, କେନ୍ଦୁଝରରୁ ୮୧ ଖୋର୍ଦ୍ଧାରୁ ୬୮୭, କୋରାପୁଟରୁ ୧୨୭, ମାଲକାନଗିରିରୁ ୧୯, ମୟୁରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୨୫, ନୟାଗଡରୁ ୪୮, ନୂଆପଡାରୁ ୯୬, ପୁରୀରୁ ୩୫୨, ରାୟଗଡାରୁ ୫୮, ସମ୍ବଲପୁରରୁ ୧୦୪୫, ସୋନପୁରରୁ ୭୪ ଏବଂ ସୁନ୍ଦରଗଡରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରେ ୧୧୪ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୧୨୧ ହୋଇଥିବା ବେଳେ ଏହା ମଧ୍ୟରୁ ୧୦୫୨୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୮୨ ରହିଛି ।