୨୪ ଘଣ୍ଟାରେ ୭୫ ହଜାର ନୂତନ ଆକ୍ରାନ୍ତ, ୧୦୨୩ ମୃତ

୨୪ ଘଣ୍ଟାରେ ୭୫ ହଜାର ନୂତନ ଆକ୍ରାନ୍ତ, ୧୦୨୩ ମୃତ

୨୪ ଘଣ୍ଟାରେ ୭୫ ହଜାର ନୂତନ ଆକ୍ରାନ୍ତ, ୧୦୨୩ ମୃତ
ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ଅତିକ୍ରମ କରିଛି । ୭୫୭୬୦ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୫ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୬୦ ହଜାର ଅତିକ୍ରମ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୨୩ ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା ୬୦୪୭୨ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଲକ୍ଷ ୨୩ ହଜାର ୭୭୧ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୨୫ ହଜାର ୯୯୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତୀ । ଦେଶରେ ଆରୋଗ୍ୟ ହାର ୭୮ପ୍ରତିଶତ ଛୁଇଁଛି । ଏହା ବ୍ୟତୀତ ଦେଶରେ ମୃତ୍ୟୁ ହାର ୧.୮୯ ପ୍ରତିଶତରେ ରହିଛି ଯାହାକି ଅନ୍ୟ ରାଷ୍ଟ୍ର ମାନଙ୍କ ତୁଳନାରେ ସର୍ବନିମ୍ନ ।