ରାଜ୍ୟରେ ୧୩୩୭ ନୂତନ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୧୩୩୭ ନୂତନ ଆକ୍ରାନ୍ତ ଚିହ୍ନଟ
admin
Aug 5, 2020 - 05:50
Updated: Aug 5, 2020 - 05:50
ଭୁବନେଶ୍ୱର : ରାଜ୍ୟରେ ୧୩୩୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୩୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟାଇନ୍ରୁ ଏବଂ ୫୨୨ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱରରୁ ୩୧ ଜଣ, ବରଗଡରୁ ୧୪ ଜଣ, ଭଦ୍ରକରୁ ୨୨ ଜଣ, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଟକରୁ ୧୬୮, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଗଞ୍ଜାମରୁ ୨୦୧, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୮୦, ଖୋର୍ଦ୍ଧାରୁ ୧୯୬, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡରୁ ୬୦, ପୁରୀରୁ ୭୩, ରାୟଗଡାରୁ ୨୨, ସମ୍ବଲପୁରରୁ ୭୨, ସୋନପୁରରୁ ୩ ଏବଂ ସୁନ୍ଦରଗଡରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଥିବା ବେଳେ ଏହାମଧ୍ୟରୁ ୨୪୪୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୬୭ ରହିଛି ।