ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ ।

ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ ।

ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ ।
ରାଜ୍ୟରେ ଆଜି ଆଉ୯୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୯୯୩ରେ ପହଁଚିଛି । ତେବେ ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରର ୧୬ ଜଣ ରହିଥିବା ବେଳେ ଖୋର୍ଧାରୁ ୧୩, କେନ୍ଦ୍ରାପଡାରୁ ୧୧ଜଣ ରହିଛନ୍ତି । ସେହିପରି ଗଞ୍ଜାମରୁ ୯, ଦେବଗଡରୁ ୮, କଟକରୁ ୭, ଜଗତସିଂହପୁରରୁ ୭, ବାଲେଶ୍ୱର, ବରଗଡ ଓ ବଲାଙ୍ଗୀରରୁ ୬ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କେଉଁଝରରୁ ୪ ଓ ନୟାଗଡରୁ ୩ଜଣ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡରୁ ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।